ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ

  • ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ୍। ସେ ଆସନ୍ତା ସପ୍ତାହରେ ଭାରତ ଆସି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସହ ମଧ୍ୟ ତାଙ୍କର ବୈଠକ ହେବ।
    ଏସମ୍ପର୍କରେ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଆଫଗାନିସ୍ତାନରେ ତାଲିବାନର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଥିବାବେଳେ ଆମେରିକା ସେନା ପ୍ରତ୍ୟାହୃତ କରିବାରେ ଲାଗିଛି। ଏହାକୁ ନେଇ ବିବାଦ ଚାଲିଥିବାବେଳେ ଆଫଗାନିସ୍ତାନ ପଡ଼ୋଶୀ ଭାରତର ସହାୟତା ଲୋଡ଼ିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ହିଁ ଆମେରିକାର ବୈଦେଶିକ ମନ୍ତ୍ରୀ ବ୍ଲିନକେନ୍ ଭାରତ ଆସୁଛନ୍ତି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲିନକେନ୍ ଜୁଲାଇ ୨୭ ଓ ୨୮ ତାରିଖ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ।