ଏଥର ବି ହେବନି ଅମରନାଥ ଯାତ୍ରା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବି ଅମରନାଥ ଯାତ୍ରା ବାତିଲ କରାଯାଇଛି। କିନ୍ତୁ ଜୁନ୍ ୨୮ରୁ ଶ୍ରଦ୍ଧାଳୁମାନେ ଅନଲାଇନରେ ଦର୍ଶନ କରିପାରିବେ। ଏନେଇ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି। ସିହ୍ନା କହିଛନ୍ତି ଯେ, ଏବେ ବି ସଂକ୍ରମଣର ବିପଦ ସମ୍ପୂର୍ଣ୍ଣ ରୂପେ ଟଳି ନଥିବାରୁ ଲୋକଙ୍କୁ ସୁରକ୍ଷିତ ରଖିବା ହେଉଛି ଆମର ପ୍ରାଥମିକତା।

ସୂଚନାଯୋଗ୍ୟ, ୫୬ ଦିବସୀୟ ଅମରନାଥ ଯାତ୍ରା ଜୁନ୍ ୨୮ରୁ ପହଲଗାମ ଓ ବାଲଟାଲ ମାର୍ଗରୁ ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଶେଷ ହୋଇଥାନ୍ତା। ଗତବର୍ଷ ମଧ୍ୟ କରୋନା ଯୋଗୁ ଅମରନାଥ ଯାତ୍ରା ବାତିଲ କରାଯାଇଥିଲା।