ଏଲୋଭେରା ଆମ ପାଇଁ କେତେ ଉପକାରୀ ଜାଣନ୍ତୁ

ଆପଣ କଣ ଏଲୋଭେରା ( ଘିକୁଆଁରୀ ) ଜୁସ୍ ବ୍ୟବହାର କରୁଛନ୍ତି କି ? ଏଲୋଭେରା ର ଅନେକ ଉପକାରିତା ଥାଏ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଥିବା ସହ ମିନେରାଲ, ଆମିନୋ ଏସିଡ୍ ଓ ଏନଜାଇମସ ମଧ୍ୟ ଥାଏ । କିନ୍ତୁ ଏଲୋଭେରା ବ୍ୟବହାର କରିବା ଦ୍ୱାରା କଣ କଣ ଲାଭ ମିଳିଥାଏ, ଆସନ୍ତୁ ଜାଣିବା ।

ଇମ୍ୟୁନିଟି ବୁଷ୍ଟ-

ଇମ୍ୟୁନିଟି ବୃଦ୍ଧି କରାଇବାରେ ଏଲୋଭେରା ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ ସି ଇମ୍ୟୁନିଟି ସିଷ୍ଟମକୁ ଶକ୍ତ କରାଇଥାଏ । ତେଣୁ ଇମ୍ୟୁନିଟି ବୃଦ୍ଧି କରାଇବା ପାଇଁ ଏହି ଉପକରଣକୁ ଫଲୋ କରନ୍ତୁ ।

ଗୋଟିଏ ଏଲୋଭେରା ପତ୍ର
ଏକ ଗ୍ଲାସ ପାଣି
ଏକ ଚାମଚ ମହୁ
ଏକ ଗ୍ଲାସ ପାଣିରେ ଏକ ଚାମଚ ମହୁ, ଏଲୋଭେରା କୁ ମିଶାଇ ପ୍ରତିଦିନ ପିଅନ୍ତୁ ।
କେଶ ମଜଭୁତ-
ଏଲୋଭେରା ମଧ୍ୟ ସୁନ୍ଦର କେଶ ବନାଇବାରେ ସାହାଯ୍ୟ କରିଥାଏ । କେଶ ମଜବୁତ କରିବା ସହ କେଶ ବୃଦ୍ଧି ଓ ଆପଣଙ୍କ କେଶକୁ ଚମକ ଦେଇଥାଏ ।
ଏଲୋଭେରା ମିଶ୍ରଣକୁ ହେୟାର ମାସ୍କ ଭାବେ ବ୍ୟବହାର କରିପାରିବେ । ତଳେ ଦିଆଯାଇଥିବା ଉପକରଣକୁ ଫଲୋ କରି ହେୟାର ମାସ୍କ ବନାନ୍ତୁ ।

ଏକ ଏଲୋଭେରା ପତ୍ର
ଏକ ଚାମଚ ଆଲମଣ୍ଡ ଅଏଲ୍
ଏକ ଏଲୋଭେରା ପତ୍ରକୁ ଅଧାରୁ କାଟି ପତ୍ରକୁ ଅଲଗା କରି ଜେଲ୍ କୁ ଆଲମଣ୍ଡ ଅଏଲ ସହ ଭଲଭାବେ ମିଶାଇ ମାସ୍କ ଭାବେ ଲଗାନ୍ତୁ । ୨୦ମିନିଟ ପରେ କେଶ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଏକ ସୁନ୍ଦର କେଶ ମିଳିଥାଏ ।
ତ୍ୱଚାର ଯତ୍ନ–
ଏଲୋଭେରା ସ୍କିନ ମୈଶ୍ଚରାଇଜ କରିବା ସହ ତ୍ୱଚାରେ ବୟସ ବୃଦ୍ଧିକୁ କମାଇଥାଏ । ଏହି ଗଛରେ ଥିବା କେମିକାଲ ସ୍କିନର ଦାଗକୁ ଲିଭାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

୩ ଚାମଚ ଏଲୋଭେରା ଜୁସ୍
୩ ଚାମଚ ପାଣି
୫ ଚାମଚ ଆଲକୋହଲ
ଏହି ଉପକରଣକୁ ମିଶାଇ ପ୍ରତିଦିନ ଲୋସନ ଭାବେ ମୁହଁ ଓ ବେକରେ ୧୦ ମିନିଟ ଯାଏଁ ବ୍ୟବହାର କରନ୍ତୁ । ପରେ ମୁହଁ ଓ ବେକକୁ ଧୋଇଦିଅନ୍ତୁ ।