ମୁମ୍ବାଇ,ଏଜେନ୍ସି: ବଲିଉଡ୍ ଅଭିନେତା ଅକ୍ଷୟ କୁୁମାରଙ୍କ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ ନାମ ପରିବର୍ତ୍ତନ କରାଯାଇ ଏହାର ନୂଆ ନାମ ‘ଲକ୍ଷ୍ମୀ’ ରଖାଯାଇଛି। ଗୁରୁବାର ଫିଲ୍ମର ନିର୍ଦ୍ଦେଶକ ରାଘବ ଲରେନ୍ସ ସିଡିଏଫସି କାର୍ଯ୍ୟାଳୟରେ ପହଞ୍ôଚ ସେନ୍ସନର ସାର୍ଟିଫିକେଟ୍ ଏବଂ ଫିଲ୍ମର ପ୍ରିସ୍କ୍ରିନିଂ ଶେଷ କରିଥିଲେ। ଦର୍ଶକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଫିଲ୍ମର ନିର୍ମାତା ସାବିନା ଖାନ୍, ତୁଷାର କପୁର ଏବଂ ଅକ୍ଷୟ କୁମାର ଏହାର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଉଲ୍ଲେଖଯୋଗ୍ୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ନାମକରଣକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖାଦେଇଥିଲା। ଏହି ନାମ ପରିବର୍ତ୍ତନ କରିବା ପାଇଁ କେତେକ ମହଲରେ ଦାବି ହେଉଥିଲା। ଯଦିଓ ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକମାନେ ପସନ୍ଦ କରିଥିଲେ ତେବେ କେତେକ ଏହାର ନାମକରଣକୁ ବିରୋଧ କରୁଥିଲେ। ଅକ୍ଷୟ କୁମାର ଏବଂ କିଆରା ଆଡ୍ଭାନୀଙ୍କ ଅଭିନୀତ ହରର୍ କମେଡି ଚଳଚ୍ଚିତ୍ରର ନାମ ଏବେ ‘ଲକ୍ଷ୍ମୀ’ ରଖାଯାଇଛି। ଏହି ଚଳଚ୍ଚିତ୍ର ଆସନ୍ତା ନଭେମ୍ବର ୯ରେ ଓଟିଟି ପ୍ଳାଟଫର୍ମରେ ମୁକ୍ତିଲାଭ କରିବ।