ଅକ୍ଷୟ ଓ ପ୍ରଭାସଙ୍କ ଟକ୍କର

ମୁମ୍ବାଇ: ମୁମ୍ବାଇରେ ଯେବେଠେୁ ଥିଏଟର ଖୋଲିବା ନେଇ ଘୋଷଣା ହୋଇଛି ସେବେଠୁ ଫିଲ୍ମ ରିଲିଜକୁ ନେଇ ମଧ୍ୟ ନିର୍ମାତାଙ୍କଠାରେ ଉତ୍ସାହ ଦେଖିବାକୁ ମିଳିଛି। ଗୋଟିଏ ପରେ ଗୋଟିଏ ଲଗାତାର ଅନେକ ବଡ଼ ଫିଲ୍ମର ରିଲିଜ ତାରିଖ ସାମ୍ନାକୁ ଆସୁଛି। ଏହି ପରିପ୍ରେକ୍ଷୀରେ ସୁପରଷ୍ଟାର ପ୍ରଭାସଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ ୨୦୨୨ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାକୁ ଯାଉଛି। ଖାସ୍ କଥାଟି ହେଲା, ଫିଲ୍ମଟି ଅକ୍ଷୟ କୁମାର ଓ ଭୂମି ପେଡନେକର ଅଭିନୀତ ଫିଲ୍ମ ‘ରକ୍ଷା ବନ୍ଧନ’ ସହ ମୁକାବିଲା କରିବ। ଏନେଇ ଫିଲ୍ମ ଏନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।