ଅକ୍ଟୋବର ପହିଲାରୁ ବିମାନବନ୍ଦର ରି-କାର୍ପେଟିଂ କାମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଭୁବନେଶ୍ୱର ବିମାନବନ୍ଦର ରନୱେ ରି-କର୍ପେଟିଂ କାମ। ଏହି କାମ ଅକ୍ଟୋବର ମାସରୁ ଆରମ୍ଭ ହୋଇ ୪ ମାସ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ କାମ ପାଇଁ ରାତି ୧୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ। ସେହିପରି ଦିତ୍ୱୀୟ ପର୍ଯ୍ୟାୟରେ ଦିନ ବେଳା ବିମାନ ଚଳାଚଳ ବନ୍ଦ ରହି ରାତିରେ ଚାଲିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ବିଭି ରାଓ ସୂଚନା ଦେଇଛନ୍ତି। ରି-କାର୍ପେଟିଂ କାମ ପାଇଁ ଗତ ବର୍ଷରୁ ତାରିଖ ଘୋଷଣା ହୋଇଥିଲେ ମଧ୍ୟ କାମ ସ୍ଥଗିତ ହୋଇଥିଲା। କୋଭିଡ୍ କଟକଣା ପାଇଁ ସେପ୍ଟେମ୍ବରୁ ଘୁଞ୍ôଚ ପୁଣି ଅକ୍ଟୋବର ମାସରେ ହେବ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ଲକଡାଉନ ପାଇଁ ବିମାନବନ୍ଦର ପ୍ରାୟ ୫୦ ପ୍ରତିଶତରୁ ଅଧିକ କ୍ଷତି ସହିଥିବାବେଳେ ଲକଡାଉନ ପାଇଁ ବିମାନ ଉଡ଼ାଣରେ ପ୍ରଭାବ ପଡ଼ିଛି। ବର୍ତ୍ତମାନର ରାତିରେ ବିମାନ ଚଳାଚଳ ହେଉନଥିବା ବେଳେ ଦୈନିକ ମାତ୍ର ୧୭ଟି ବିମାନ ଉଡ଼ାଣ ଭରୁଛି। ଏଥିରେ ୩ ହଜାର ଯାତ୍ରୀ ଯାତାୟାତ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।