ଭୁବନେଶ୍ବର,ଏନ୍ଏନ୍ଏସ୍: ଦେଶରେ ଲକଡାଉନ ଅବଧିକୁ ପୁଣି ୨ ସପ୍ତାହ ବୃଦ୍ଧି କରାଯାଇଛି।ଏ ନେଇ ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ନୋଟିସ ଜାରି ହୋଇଛି। ତେବେ ମେ’ ୩ରେ ଖୋଲିବାକୁ ଥିବା ଲକଡାଉନ ଅବଧିକୁ ବୃଦ୍ଧି କରି ମେ’ ୧୭ କରାଯାଇଛି।
ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ପୁରୀଙ୍କ ସହ ଆଲୋଚନା କରି ଏକ ଲକଡାଉନ୍ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ରହିଛି।
