ସ୍ୱାମୀ ରୋବର୍ଟ ବାଡ୍ରା କରୋନା ପଜିଟିଭ ଚିହ୍ନଟ ହେବାରୁ ଆସାମ ଗସ୍ତ ରଦ୍ଦ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଦେଶର ଜଣାଶୁଣା ବ୍ୟବସାୟୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରୋବର୍ଟ ବାଡ୍ରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରିୟଙ୍କା ଏକ ଭିଡିଓ ସେୟାର କରି ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। କିନ୍ତୁ ପ୍ରିୟଙ୍କାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏହାସତ୍ୱେ ମଧ୍ୟ ସେ ତାଙ୍କ ଆସାମ ଗସ୍ତ ରଦ୍ଦ କରିଛନ୍ତି। ଆଉ କିଛିଦିନ ଆଇସୋଲେସନରେ ରହିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ପ୍ରିୟଙ୍କା ଆଜି ଆସାମର ୩ଟି ସଭାକୁ ସମ୍ବୋଧନ କରିଥାନ୍ତେ। ପ୍ରିୟଙ୍କା ଦ୍ୱିପ୍ରହର ୧୨ଟାରେ ଗୋଲପାରା, ୧ଟା ୩୦ରେ ଗୋଲକଗଞ୍ଜ ଓ ୩ଟା ୩୦ରେ ସରୁଖେତୀରେ ଜନସଭା କରିଥାନ୍ତେ।