ମନ୍ତ୍ରୀଙ୍କ କାର୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସୋଲାପୁର: ମହାରାଷ୍ଟ୍ରର ସୋଲାପୁରଠାରେ ଜଣେ ମନ୍ତ୍ରୀଙ୍କ କାର୍‌ରେ ଧକ୍କା ହୋଇ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। କାର୍‌ଟି ଶିବସେନା ନେତା ତଥା ରାଜ୍ୟ ରାଷ୍ଟ୍ରମନ୍ତ୍ରୀ ତନାଜି ସାଓ୍ଵନ୍ତଙ୍କର ବୋଲି ଜାଣିବାକୁ ମିଳିଛି। ଏହି ଦୁର୍ଘଟଣାଟି ଘଟିବା ବେଳେ ମନ୍ତ୍ରୀ ତାଙ୍କ କାର୍‌ ଭିତରେ ଥିଲେ। ଲୋକଟିର ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଲୋକ ଘେରି ଯାଇଥିବା ବେଳେ ମନ୍ତ୍ରୀ ଓ ତାଙ୍କ ଗାଡ଼ି ଚାଳକ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।

ସୂଚନା ଅନୁଯାୟୀ, ମୃତ ଶ୍ୟାମ କୁମାର ପରିବା କିଣିବା ପାଇଁ ବଜାରକୁ ଯାଇଥିଲେ। ସେ କିଣାକିଣି ସାରି ନିଜ ଘରକୁ ଫେରିବା ବାଟରେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମନ୍ତ୍ରୀଙ୍କ କାର୍‌ଟି ଦ୍ରୁତ ଗତିିରେ ଆସୁଥିବା ବେଳେ ଶ୍ୟାମ କୁମାରଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି।
ଘଟଣା ଘଟିବାର କିଛି କ୍ଷଣ ମଧ୍ୟରେ ମନ୍ତ୍ରୀ ଜଣକ ଆଉ ଏକ କାର୍‌ ଧରି ସ୍ଥାନ ଛାଡ଼ି ପଳାଇ ଯାଇଥିବା ଜାଣିବାକୁ ମିଳିଛି। ଦେଖଣାହାରୀଙ୍କ କହିବା ମୁତାବକ ମନ୍ତ୍ରୀଙ୍କ ଡ୍ରାଇଭର୍‌ ଭାଙ୍ଗିକି ତଳେ ପଡ଼ି ଯାଇଥିବା ତାଙ୍କ ଗାଡ଼ିର ନମ୍ବର ପ୍ଲେଟ୍‌ ଧରି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।