ସିଆରପି ଓଭରବ୍ରିଜରେ ଟ୍ରେଲରକୁ ଧକ୍କା ଦେଲା ଟ୍ରକ୍, ଟ୍ରକ୍ ଡ୍ରାଇଭର ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସିଆରପି ଓଭରବ୍ରିଜରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ରାସ୍ତାରେ ଛିଡା ହୋଇଥିବାବେଳେ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଛି। ଫଳରେ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଛି।
ଦୁର୍ଘଟଣାରେ ଟ୍ରକର ଆଗ ଭାଗଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଥିବାରୁ ମୃତ ଡ୍ରାଇଭର ଜଣଙ୍କ ସେଥିରେ ଫସି ରହିଛନ୍ତି। ଖବର ପାଇ ପୁଲିସ ଉଦ୍ଧାରକାରୀ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଗାଡ଼ିଟି କଟକ ଅଭିମୁଖେ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି।