ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ମହାନଗର ତରଫରୁ ପୁଲୱାମା ସହିଦ ଦିବସ ପାଳନ ହୋଇଛି। ୨୦୧୯ ମସିହା ଫ୍ରେବୃଆରୀ ୧୪ରେ ଦେଶରେ ଆତଙ୍କବାଦୀ ମାନେ ଛାତି ଥରିଲା ଭଳି ଘଟଣା ଘଟାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ବୀର ୪୦ ଯବାନ ସହିଦ ହୋଇଥିଲେ। ଏହି ଦିନକୁ ବିଦ୍ୟାର୍ଥୀ ପରିଷଦ ପୁଲୱାମା ସହିଦ ଦିବସ ରୂପେ ପାଳନ କରେ।
ଆଜି ପୁଲୱାମା ସହିଦ ଦିବସରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ମାନେ ଶ୍ରୀରାମ ମନ୍ଦିର ସମ୍ମୁଖରେ “ସହିଦ ଯବାନ ମାନଙ୍କ ପାଇଁ ଦୀପ ଟିଏ” କାର୍ଯ୍ୟକ୍ରମରେ ୧୭୫ ଦୀପ ପ୍ରଜ୍ବଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ମହାନଗର ସମ୍ପାଦକ ପ୍ରିୟ ରଂଜନ ରାଉତ, ମହାନଗର ସହ ସମ୍ପାଦକ ରଞ୍ଜିତ ନାୟକ, ଏସ୍ଡବ୍ଲୁସି ପାୟଲ ସେଠୀ, ଏନ୍ଇସି କବିତା କହଁର, ବର୍ଷାରାଣୀ ଦାସ, ବିକ୍ରମ ଛୋଟରାୟ, ସନ୍ଧ୍ୟାରାଣୀ ପ୍ରଧାନ ଉପସ୍ଥିତ ଥିଲେ।
ସେହିପରି ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତା ମାନେ ଭୁବନେଶ୍ୱରର ବିଭିନ୍ନ କ୍ୟାମ୍ପସରେ ମଧ୍ୟ ପୁଲୱାମା ସହିଦ ଦିବସ ପାଳନ କରିଥିଲେ।