ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଗତ ଶୁଣାଣୀରେ କୋର୍ଟ ଜାମିନ ଆବେଦନର ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ। ଆର୍ୟ୍ୟନଙ୍କ ସମେତ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ଓ ମୁନମୁନ ଧମିକାଙ୍କୁ ମଧ୍ୟ ଜାମିନ ମିଳିନାହିଁ। ଆର୍ୟ୍ୟନ ଖାନ ଗତ ୧୩ ଦିନରୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି।
ଆର୍ୟ୍ୟନଙ୍କ ଜାମିନ ଖାରଜ ହେବା ପରେ ଏନସିବି ଅଫିସର ସମୀର ୱାଙ୍ଖଡେ ‘ସତ୍ୟ ମେବ ଜୟତେ’ କହିଛନ୍ତି।
ସୂଚନାଯୋଗ୍ୟ, ଆର୍ୟ୍ୟନଙ୍କ ଓକିଲଙ୍କ ପାଖରେ ଏବେ ହାଇକୋର୍ଟର ବିକଳ୍ପ ରହିଛି। ଆର୍ୟ୍ୟନଙ୍କ ଓକିଲ କହିଛନ୍ତି ଯେ, ବମ୍ବେ ହାଇକୋର୍ଟରେ ଆମକୁ ଜାମିନ ମିଳିବ। ପୂର୍ବରୁ ମଧ୍ୟ ଏଭଳି ମାମଲାରେ ହାଇକୋର୍ଟ ବେଲ ଦେଇଛନ୍ତି।