ଜମ୍ମୁ ଆକାଶରେ ଉଡୁଥିଲା ପାକିସ୍ତାନୀ ଡ୍ରୋନ୍‌; ଖସାଇଲା ପୋଲିସ, ବିସ୍ଫୋରକ ସାମ୍ରଗୀ ଜବତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ ଆକାଶରେ ଉଡୁଥିବା ପାକିସ୍ତାନୀ ଡ୍ରୋନକୁ ପୁଲିସ ଗୁଳି କରି ଖସାଇଛି। ନଷ୍ଟ ହୋଇଯାଇଥିବା ଡ୍ରୋନ୍‌ରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏହା ପୂର୍ବରୁ ବାରମୂଳା ଜିଲ୍ଲାର ସେପାରରେ ସେନାର ଯବାନମାନେ ଲସ୍କର-ଏ-ତଇବା ଆତଙ୍କବାଦୀ ସଂଗଠନର ୨ ଜଣ ସଦସ୍ୟଙ୍କୁ ନିହତ କରିଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୁଲିସ ଜମ୍ମୁର କାନାଚକ ସେକ୍ଟରରେ ଡ୍ରୋନ ଉଡୁଥିବା ଦେଖିବାକୁ ପାଇଥିଲା। ସନ୍ଦେହ ହେବାରୁ ଡ୍ରୋନକୁ ଆକ୍ରମଣ କରି ତଳକୁ ଖସାଇ ଦେଇଥିଲା। ନଷ୍ଟ ହୋଇଥିବା ଡ୍ରୋନର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏହି ଘଟଣା ନେଇ ପୁଲିସ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବ। ଏଥିରେ ବିସ୍ତୃତ ବିବରଣୀ ଲୋକଲୋଚନକୁ ଆସିବ।