ରାଷ୍ଟ୍ରପତିଙ୍କୁ ଭେଟିଲେ ଅକାଳୀ ଦଳ ସହ ୪ ଦଳର ମନ୍ତ୍ରୀମଣ୍ଡଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ବର୍ଷେ ହେବ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଶିରୋମଣୀ ଅକାଳୀ ଦଳର ନେତା ହରସିମରତ କୌର ବାଦଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିୀ ମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧୀ ମଣ୍ଡଳରେ ବହୁଜନ ସମାଜବାଦୀ ପାର୍ଟି(ବିଏସପି), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଓ ଜମ୍ମୁ କଶ୍ମୀର ନ୍ୟାସନାଲ କନଫ୍ରେନ୍ସ ସଦସ୍ୟ ସାମିଲ ଥିଲେ।

ହି ପରିପ୍ରେକ୍ଷୀରେ ହରସିମରତ କୌର ବାଦଲ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା ପ୍ରଦର୍ଶନ ଯୋଗୁ ୫୦୦ଜଣ କୃଷକଙ୍କ ମୃତ୍ୟୁ ଘଟିଛି। ତେଣୁ ଏହି ମାମଲାକୁ ସମାଧାନ କରିବା ପାଇଁ ଏକ ସଂଯୁକ୍ତ ସମିତି ଗଠନ କରାଯିବା ଉଚିତ।