Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯୋଗ୍ୟ ପ୍ରାର୍ଥୀ ଚୟନରେ ଲୋକସେବା ଆୟୋଗର ଗୁରୁଦାୟିତ୍ୱ: ରାଜ୍ୟପାଳ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯୋଗ୍ୟ ପ୍ରାର୍ଥୀ ଚୟନରେ ଲୋକସେବା ଆୟୋଗର ଗୁରୁଦାୟିତ୍ୱ: ରାଜ୍ୟପାଳ

ଭୁବନେଶ୍ୱର: ଭାରତବର୍ଷର ପରିଚୟ କେବଳ ଏକ ଭୌଗୋଳିକ ସୀମାବଦ୍ଧ ରାଷ୍ଟ୍ରରେ ସୀମିତ ନୁହେଁ । ଏହା ଚଳନ୍ତି ଈଶ୍ୱର । ଏହି ପବିତ୍ର ଭୂମିର ସେବାରେ ନିୟୋଜିତ ହେବା ପାଇଁ ଉପଯୁକ୍ତ ଓ ଯୋଗ୍ୟ ବ୍ୟକ୍ତି ଚୟନ ବିଶେଷ ଗୁରୁତ୍ୱ ବହନ କରେ । ସାମ୍ବିଧାନିକ ଅନୁଷ୍ଠାନ ଭାବେ ଲୋକସେବା ଆୟୋଗର ଏ ଦିଗରେ ଗୁରୁଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।

ଓଡ଼ିଶା ଲୋକସେବା ଆୟୋଗ ପ୍ରତିଷ୍ଠାର ପଞ୍ଚସ୍ତରୀ ବର୍ଷ ପାଳନର ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରାର୍ଥୀ ଚୟନରେ ସ୍ୱଚ୍ଛତା ଅବଲମ୍ବନ ଉପରେ ଜୋରଦେଇ ଏ ଦିଗ ପ୍ରତି ଲୋକସେବା ଆୟୋଗ ସର୍ବଦା ପ୍ରାଧାନ୍ୟ ଦେବା ସହିତ ଯୋଗ୍ୟତାକୁ ସମ୍ମାନ ଦେଇ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ବ୍ରତୀ ରହିବ ବୋଲି କହିଥିଲେ । ପ୍ରାର୍ଥୀ ଚୟନ ସମୟରେ ସାଧୁତା, ଆଧ୍ୟାତ୍ମିକ ଚେତନା, ଆଚରଣରେ ଶୁଦ୍ଧତା, ଜନସେବା ପ୍ରତି ଆଭିମୁଖ୍ୟ ଓ ମନୋଭାବକୁ ଗୁରୁତ୍ୱ ଦିଆଯାଇ ଯୋଗ୍ୟ ଓ ଉତ୍ସର୍ଗୀକୃତ ପ୍ରାର୍ଥୀଙ୍କୁ ରାଜ୍ୟ ଏବଂ ରାଷ୍ଟ୍ରର ସେବାରେ ନିୟୋଜିତ କରାଗଲେ ସରକାରୀ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ ଓ ବିକାଶ ଏବଂ ପ୍ରଗତି ଅବଶ୍ୟମ୍ଭାବୀ ବୋଲି ରାଜ୍ୟପାଳ କହିଥିଲେ । ଓଡ଼ିଶା ଲୋକସେବା ଆୟୋଗର ପଚସ୍ତରୀୟ ବର୍ଷର ଇତିହାସ ଏହାର ପ୍ରତିବଦ୍ଧତାର ପରିଚୟ ଦେଉଛି ଓ ଆଗାମୀ ଦିନରେ ଆୟୋଗ ଯୋଗ୍ୟତା ଚୟନ କ୍ଷେତ୍ରରେ ଅଭିନବ ପଦକ୍ଷେପମାନ ଗ୍ରହଣ କରି ନିଜର ସମ୍ମାନ ବୃଦ୍ଧି କରିବା ସହିତ ଦେଶରେ ଏକ ପ୍ରମୁଖ ଲୋକସେବା ଆୟୋଗର ମାନ୍ୟତା ହାସଲ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ରାଜ୍ୟପାଳ ଆୟୋଗର ନୂତନ ଅନ୍‌ଲାଇନ୍ ନିଯୁକ୍ତି ପରିଚାଳନା ବ୍ୟବସ୍ଥା ଇ-ଚୟନର ଶୁଭାରମ୍ଭ କରିଥିଲେ ଓ ଆୟୋଗର ପ୍ରୟାସକୁ ପ୍ରଶଂସା କରିଥିଲେ । ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ୍ ମହାନ୍ତି ଆୟୋଗର ପଚସ୍ତରୀ ବର୍ଷର ଦୀର୍ଘ ଯାତ୍ରା, ସଫଳତା ଓ ଆହ୍ୱାନ ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଆୟୋଗର ସଦସ୍ୟା ସରିତା ସୂପକାର ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟପାଳ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଆୟୋଗର ପାଞ୍ଚଜଣ ଅଧିକାରୀ ଓ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ଆୟୋଗର ବର୍ତ୍ତମାନ ସଦସ୍ୟ, ପୂର୍ବତନ ଅଧ୍ୟକ୍ଷ ଓ ସଦସ୍ୟ, ଅଧିକାରୀ ଓ କର୍ମଚାରୀଙ୍କ ସହ ବହୁ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ ।