ମହାରାଷ୍ଟ୍ର: ପ୍ରତିଦିନ ବଢ଼ୁଥିବା ଓମିକ୍ରୋନ୍ ସଂକ୍ରମଣ ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟ କଟକଣା ଜାରି କରିଛନ୍ତି। ଏଭଳି ସ୍ଥିତିରେ ଡିସେମ୍ବର ୩୧ ଓ ନୂଆବର୍ଷ ପାଳନକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।
ଗାଇଡଲାଇନ ଅନୁସାରେ, ନୂଆବର୍ଷରେ କୌଣସି କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ। ଆତିଶବାଜୀ କରାଯିବନି କି ସଡ଼କରେ ଲୋକ ଏକତ୍ରିତ ହୋଇପାରିବେ ନାହିଁ। ଗେଟ ୱେ ଅଫ୍ ଇଣ୍ଡିଆ, ମରୀନ ଡ୍ରାଇଭ, ଗିରଗାଁବ ଚୌପାଟୀ ଓ ଜୁହୁ ଚୌପାଟୀରେ ଭିଡ଼ ଜମିବନି। ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ୧୦ ବର୍ଷରୁ କମ୍ ବୟସର ଲୋକ ଡିସେମ୍ବର ୩୧ ତାରିଖରେ ଘରୁ ବାହାରିବେନି। ଖୋଲାମଞ୍ଚରେ ୨୫ ପ୍ରତିଶତ ଲୋକଙ୍କ ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ହଲ୍ କିମ୍ବା ବନ୍ଦ ସଭାଗୃହରେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି।