ନୂଆଦିଲ୍ଲୀ: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ନିଜ କାର୍ଯ୍ୟକାଳର ୨ ବର୍ଷ ପୂର୍ତ୍ତି ଅବସରରେ ପେଟ୍ରୋଲ ଦର କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ଟଙ୍କା ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି। କିନ୍ତୁ କେବଳ ୨ ଚକିଆ ଯାନକୁ ୨୫ଟଙ୍କା କମରେ ତେଲ ମିଳିବ। ଏହି ଦର ଜାନୁଆରୀ ୨୬ରୁ ଲାଗୁ ହେବ। ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ରାଞ୍ଚିରେ ବର୍ତ୍ତମାନ ସମୟରେ ପେଟ୍ରୋଲ ଲିଟର ପିଛା ୯୮ଟଙ୍କା ୫୨ ପଇସା ରହିଥିବାବେଳେ ଡିଜେଲ ୯୧ଟଙ୍କା ୫୬ ପଇସା ମୂଲ୍ୟରେ ବିକ୍ରି ହେଉଛି।