ଆଜି ନନ୍ଦନକାନନ ପାଳୁଛି ୬୨ତମ ପ୍ରତିଷ୍ଠା ଦିବସ; ୬ ବାଘ ଛୁଆଙ୍କ ହେବ ନାମକରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ହେଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ। ୨୯ ଡିସେମ୍ବର ୧୯୬୦ରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ। ୬୨ ବର୍ଷ ମଧ୍ୟରେ ନନ୍ଦନକାନନରେ ଅନେକ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହୋଇଛି ଯାହାଫଳରେ ଏହାକୁ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟେ।

ଆଜି ଏହି ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେହିପରି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ ବନ୍ୟା ପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସବୁଠାରୁ ବଡ଼ କଥା ହେଉଛି ବାଘୁଣୀ ମେଘାର ୩ ଓ ବିଜୟାର ୩ଟି ଛୁଆର ନାମକରଣ କରାଯିବ।

ଏଥିସହ ବଜ୍ରକାପ୍ତା ଦେହରେ ସାଟେଲାଇଟ୍ ଟ୍ରାନ୍ସମିଟର ଫିଟିଂ କରାଯାଇ ଜଙ୍ଗଲରେ ଛଡାଯିବ। ଆଗକୁ ନନ୍ଦନକାନନରେ ଜନ୍ତୁଙ୍କ ପ୍ରଜନନ କେନ୍ଦ୍ରକୁ ବ୍ୟାପକ କରାଯିବକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଜନ୍ତୁ ଅଦଳବଦଳ ପ୍ରକ୍ରିୟାକୁ ଜୋରଦାର କରାଯିବ। ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ପ୍ରକାର ବନ୍ଦୋବସ୍ତ କରାଯାଇଛି।