ନୂଆଦିଲ୍ଲୀ: ପଞ୍ଜାବର ଲୁଧିୟାନା ଜିଲ୍ଲା କୋର୍ଟ ପରିସରରେ ଗୁରୁବାର ବିସ୍ଫୋରଣ ଘଟିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଗୁରୁତର ହୋଇଥିଲେ। ଉକ୍ତ ଘଟଣାକୁ ଗମ୍ଭୀରତା ସହ ନେଇ କେନ୍ଦ୍ର ଗୃହ ସଚିବ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଅନ୍ତରୀଣ ସୁରକ୍ଷାକୁ ନେଇ ହୋଇଥିବା ବୈଠକରେ ଉକ୍ତ ମାମଲାକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିରେ ବିସିଏଫ୍ ଡିଜି ପଙ୍କଜ ସିଂହ, ଆଇବି ନିର୍ଦ୍ଦେଶକ ଅରବିନ୍ଦ କୁମାର, ସିଆରପିଏଫ ଓ ଏନଆଇଏ ମୁଖ୍ୟ କୁଲଦୀପ ସିଂହ ଉପସ୍ଥିତ ଥିଲେ।
ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ମାମଲାରେ ବୈଠକ କରି ପଞ୍ଜାବ ପୁଲିସ ଡିଜିଙ୍କଠାରୁ ସମ୍ପୂର୍ଣ୍ଣ ସୂଚନା ନେଇଥିଲେ। ଏଥିରେ ଗୃହ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।