ବାରଣାସୀକୁ ୨,୧୦୦ କୋଟି ଟଙ୍କା ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ୨୧୦୦ କୋଟି ଟଙ୍କାର ୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହିତ କରଖିୟାଁବରେ ୮୭୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା ୨୨ଟି ପ୍ରକଳ୍ପର ଲୋକାର୍ପଣ କରିଥିବା ଜଣାପଡ଼ିଛି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ଆଜି କଶ୍ମୀର ଓ ଆଖପାଖ ଅଞ୍ଚଳ, ପୁଣିଥରେ ସମଗ୍ର ଦେଶ ଓ ୟୁପୀର ଆଖପାଖ ଗାଁ, କୃଷକ ଓ ପଶୁପାଳକଙ୍କ ପାଇଁ ଖୁବ୍ ବଡ଼ କାର୍ଯ୍ୟକ୍ରମରୁ ଖାସ୍ ହୋଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୀଏମ ସ୍ୱାମୀତ୍ୱ ଯୋଜନାର ଉଦଘାଟନ କରିଛନ୍ତି। ଏଥିସହିତ ୬ ଲାଭାର୍ଥୀଙ୍କୁ ନିଜ ହାତରେ ପ୍ରମାଣପତ୍ର ଦେଇଛନ୍ତି। ଏହି ସମୟରେ ମୋଦୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।