ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଆଜି ପୁଣିଥରେ ଆତଙ୍କ ଖେଳାଇଛନ୍ତି। ମାତ୍ର ଅଧ ଘଣ୍ଟା ମଧ୍ୟରେ ଶ୍ରୀନଗର ଓ ଅନନ୍ତଗାମରେ ଗୁଳି ଚଳାଇଛନ୍ତି।
ଆତଙ୍କବାଦୀମାନେ ଅନନ୍ତଗାମର ବିଜବେହରାରେ ଏଏସଆଇ ମହମ୍ମଦ ଅସରଫଙ୍କୁ ଗୁଳି ମାରିଥିଲେ। ତୁରନ୍ତ ଅସରଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସେହିପରି ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀମାନେ ସାଧାରଣ ଜନତାଙ୍କୁ ଟାର୍ଗେଟ କରିଥିଲେ। ଏଥିରେ ରଉଫ ଅହମ୍ମଦଙ୍କର ମୃତ୍ୟୁ ଘଟିଛି। ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।