ଏବେ ୧୮ ନୁହେଁ ୨୧ରେ ବାହା ହେବେ ଝିଅ

ନୂଆଦିଲ୍ଲୀ: ଝିଅଙ୍କ ବିବାହ ବୟସ ୧୮ରୁ ୨୧ ବର୍ଷ ହେବାକୁ ନେଇ କ୍ୟାବିନେଟ ମୋହର ଲଗାଇଛନ୍ତି। ଏଥିପାଇଁ ସରକାରଙ୍କୁ ଆଇନରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କୁ ସଂସଦରେ ପ୍ରସ୍ତାବ ପାରିତ କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ସମୟରେ ଦେଶରେ ଝିଅଙ୍କ ବିବାହ ବୟସ ୧୮ ବର୍ଷ ହୋଇଥିବାବେଳେ ପୁଅଙ୍କର ୨୧ ରହିଛି। ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ଆଲୋଚନା କରିଥିଲେ। ଝିଅଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ ସେମାନଙ୍କ ବିବାହ ଉଚିତ ସମୟରେ ହେବା ଜରୁରୀ ବୋଲି ମୋଦୀ କହିଥିଲେ।

ମିଡିଆ ରିପୋର୍ଟସ ମୁତାବକ, ଏହି ଆଇନ ଯଦି ଲାଗୁ ହୁଏ ତେବେ ସବୁ ଧର୍ମ ଓ ବର୍ଗର ଝିଅଙ୍କ ବିବାହର ନ୍ୟୁନତମ ବୟସ ୨୧ ହୋଇଯିବ।