Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୁଖ୍ୟମନ୍ତ୍ରୀ: ସମୀର ମହାନ୍ତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୁଖ୍ୟମନ୍ତ୍ରୀ: ସମୀର ମହାନ୍ତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗରିବ ଲୋକଙ୍କ ପାଇଁ ଲଢ଼େଇ କରୁଥିବା ମୋ ପାର୍ଟିର ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କୁ ମାହାଙ୍ଗାରେ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ଘଟଣାରେ ସିଧା ରାଜ୍ୟ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଛି। ହେଲେ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁ ଜାଣିଶୁଣି ତାଙ୍କୁ ବିଧାନସଭାକୁ ଆସିବାକୁ ଦେଉଛନ୍ତି ଏବଂ ସଭାମଞ୍ଚରେ ପାଖରେ ବସାଇ ଦକ୍ଷ ମନ୍ତ୍ରୀ ବୋଲି ସାର୍ଟିଫିକେଟ୍ ଦେଉଛନ୍ତି। ମହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ପରୋକ୍ଷ ଭାବରେ ସେ ସରକାର ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ପୃଷ୍ଠପୋଷକତାରେ କାମ କରୁଥିବା ପ୍ରମାଣ କରିଦେଇଛନ୍ତି। ସେ ଘଟଣାରେ ତତ୍ପରତା ନଦେଖାଇବା ଏବଂ ମାନ୍ୟବର ଅଦାଲତଙ୍କୁ ବାରମ୍ବାର ଅଧିକ ସମୟ ମାଗିବାର ଆଳ ଦେଖାଇ କେସ୍‌କୁ ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତି।

ଶାସକ ଦଳ ଓ ସେମାନଙ୍କ ମୁଖିଆ ଅଦାଲତଙ୍କ ନିର୍ଦ୍ଦେଶକୁ ନିଜେ ବିଚାର କରି ନିଷ୍ପତି ନେଉଛନ୍ତି। ଅଦାଲତ ଗତ ୨ ତାରିଖରେ ମାହାଙ୍ଗା ଆଇଆଇସିଙ୍କୁ ସମସ୍ତ ତଥ୍ୟ ସହ ହାଜିରା ହେବା ପାଇଁ କହିଥିଲେ। କିନ୍ତୁ ଆଇଆଇସି ହାକିମଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍ କରିଥିଲେ। ଏହାପରେ ଗତ ୪ ତାରିଖରେ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଅପ-ଟୁଡେଟ୍ କେସ୍ ଡାଏରୀ ସହିତ ମୋବାଇଲ ଫୋନ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ ପ୍ରସଙ୍ଗରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆସନ୍ତା ୧୦ ତାରିଖ ଦିନ ୧୦ଟା ୩୦ ସୁଦ୍ଧା ସିଡିଆର ଏବଂ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ।

କୋର୍ଟରେ ରିପୋର୍ଟ ଦାଖଲ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୋର୍ଟ କହିଛନ୍ତି। ମମିତା ମେହେର ମାମଲାରେ ଗୋଟେ କଥା କହୁଛ, ମାହାଙ୍ଗା ମର୍ଡର କେସ୍‌ରେ କୋର୍ଟ କହିବା ପରେ ବି ଗଳା ବାଟ ଦେଖୁଛ। କୋର୍ଟକୁ ତଥ୍ୟ ଦେଉନ ମାନେ ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନାହିଁ ସଦୃଶ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।