ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରୁ ଓମିକ୍ରନ୍ ମାମଲା ସାମ୍ନାକୁ ଆସିବା ପରେ ଚିନ୍ତା ବଢ଼ିବାରେ ଲାଗିଛି। ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଓ ଦିଲ୍ଲୀରେ ଓମିକ୍ରନ୍ ପହଂଚି ସାରିଛି। ସେଥିପାଇଁ କଣ୍ଟାକ୍ଟ ଟ୍ରେସିଂ ବଢ଼ାଇ ଦିଆଯାଇଛି। ଏଥିସହିତ ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ୨୧ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ରାଜସ୍ଥାନରୁ ସର୍ବାଧିକ ୯, ମହାରାଷ୍ଟ୍ରରୁ ୮ , ଦିଲ୍ଲୀ ଓ ଗୁଜରାଟରୁ ୨ ଲେଖାଏଁ ରହିଛନ୍ତି।