ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ଚିକ୍କାମାଗାଲୁରୁରେ ଏକ ଆବାସିକ ବିଦ୍ୟାଳୟର ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ ୬୩ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ଅଛନ୍ତି। ପରୀକ୍ଷା ପାଇଁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ସହିତ ମୋଟ ୪୧୮ ନମୁନା ସଂଗ୍ରହ କରାଯିବା ପରେ ଏହି ମାମଲା ସାମ୍ନାକୁ ଆସିଛି।
ଚିକ୍କାମାଗାଲୁରୁ ଜିଲ୍ଲା ଏନଆର ପୁରା ତାଲୁକ ଅନ୍ତର୍ଗତ ସିଗୋଡୁରେ ଥିବା ଜବାହାର ନବଦ୍ୟୋୟ ବିଦ୍ୟାଳୟର ଜଣେ ଶିକ୍ଷକ ପଜିଟିଭ୍ ଆସିବା ପରେ ସମସ୍ତଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଶନିବାର ଦିନ ୪୦ ଜଣ ଛାତ୍ର କୋଭିଡ ପଜିଟିଭ ଆସିବା ପରେ ଜିଲ୍ଲା ପ୍ରଶାସନ ବିଦ୍ୟାଳୟକୁ ବନ୍ଦ କରିଥିଲା। ଗତକାଲି ପଜିଟିଭ ସଂଖ୍ୟା ୭୦ରେ ପହଞ୍ଚିଛି। ସଂକ୍ରମିତ ସମସ୍ତଙ୍କୁ ବିଦ୍ୟାଳୟ ପରିସରରେ ରଖାଯାଇଛି।