ପୁଣି ଦିଲ୍ଲୀରେ ଚିହ୍ନଟ ହେଲେ ଓମିକ୍ରନ୍ ସଂକ୍ରମିତ,ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଥମେ କର୍ଣ୍ଣାଟକ ପରେ ଗୁଜୁରାଟ ବର୍ତ୍ତମାନ ଦିଲ୍ଲୀରେ ଚିହ୍ନଟ ହେଲେ ଓମିକ୍ରନ୍ ଆକ୍ରାନ୍ତ। ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ସୁଚନା ମିଳିଛି।

ଯାହାଫଳରେ ଆକ୍ରାନ୍ତଙ୍କୁ ଏଲଏନଜେପି ହସ୍ପିଟାଲ୍‌ରେ ଭର୍ତ୍ତି କରଯାଇଛି। ଏନେଇ ସୁଚନା ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଗତ କିଛି ଦିନ ତଳେ ୧୭ ଜଣ ଯାତ୍ରୀ ବିଭିନ୍ନ ରିସ୍କ ଦେଶରୁ ଦିଲ୍ଲୀ ଆସିଥିବା ବେଳେ ଗତକାଲି ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯାହାଫଳରେ ସେମାନଙ୍କ ମଧ୍ୟରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି କରୋନାର ନୁଆ ଭ୍ୟାରିଆଣ୍ଟ ଦ୍ୱାରା ଦେଶରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।

ସୂଚନା ଅନୁସାରେ ସାରା ବିଶ୍ୱ ଏହି ନୁଆ ଭ୍ୟାରିଆଣ୍ଟ କୁ ଚିନ୍ତାରେ ଥିବା ବେଳେ ଏହା ଧିରେ ଧିରେ ଗୋଟିଏ ପରେ ଗୋଟିଏ ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି। ବର୍ତ୍ତମାନ ସୁଦ୍ଧା ୩୦ଟି ଦେଶ କୁ ଏହା ବ୍ୟାପିଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶ ଟିକା ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସୂଚନା ମିଳିଛି ଯାହା ଖୁବ୍ ଶୀଘ୍ର ଲୋକମାନଙ୍କ ପାଖରେ ଉପଲବ୍ଧ ହେବ।