ଭୁବନେଶ୍ୱର,ଏନ୍ଏନ୍ଏସ୍: ମିଆଁମାର ସୀମାନ୍ତରେ ଥିବା ନାଗାଲାଣ୍ଡର ସୋମ ଜିଲ୍ଲାର ଓଟିଙ୍ଗ ଏବଂ ତିରୁ ଗାଁ ନିକଟରେ ସଘର୍ଷ ଘଟି ଅନେକ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ସୁରକ୍ଷା ବାହିନୀ ଯବାନ ମଧ୍ୟ ନିହତ ହୋଇଥିବା ଖବର ମିଳିଛି। ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନିଫି ରିଓ ସୋମ ଜିଲ୍ଲାର ଓଟିଙ୍ଗ ଏବଂ ତିରୁ ଗାଁ ମଧ୍ୟରେ ସାଧାରଣ ନାଗରିକଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି ଯେଉଁଥିରେ ଅତି କମରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଏକ ଉଚ୍ଚ ସ୍ତରୀୟ ଏସଆଇଟି ଏହି ଘଟଣାର ଅନୁସନ୍ଧାନ କରିବ ଏବଂ ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ କରାଯିବ । ସମସ୍ତ ବିଭାଗରୁ ଶାନ୍ତି ପାଇଁ ନିବେଦନ କରନ୍ତୁ ବୋଲି ରବିବାର ଦିନ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି।
ନାଗାଲାଣ୍ଡର ଓଟିଙ୍ଗରେ ଏକ ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚ ସ୍ତରୀୟ ଏସଅ।।ଇଟି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ଏକ ଟ୍ୱିଟ୍ କରି କହିଛନ୍ତି।
ଖବର ଅନୁଯାୟୀ, ଆହତଙ୍କ ମଧ୍ୟରେ ଦୈନିକ ଶ୍ରମିକ ଅନ୍ତର୍ଭୁକ୍ତ, ଯେଉଁମାନେ ଏକ ପିକଅପ୍ ଟ୍ରକରେ ତିରୁରୁ ଫେରୁଥିଲେ ଯାହା ଆତଙ୍କବାଦ ବିରୋଧୀ ଅପରେସନରେ ନିୟୋଜିତ ଥିବା ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆସିବାରୁ ଏହି ଅଘଟଣ ଘଟିଥିବା ଜଣାପଡିଛି। ଏନଏସସିଏନ(କେ) ବିଦ୍ରୋହି ସଂଗଠନ ବିଷୟରେ ସୂଚନା ପାଇ ଅପରେଶନ ଚାଲିଥିବା ସମୟରେ ଏହି ଅଘଟଣା ଘଟିଛି। ତେବେ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଅଶାନ୍ତି ସୃଷ୍ଟି କରିଥିଲେ। କ୍ରୋଧିତ ଗ୍ରାମବାସୀ କିଛି ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲାଗିଯାଇଥିବା ବେଳେ ମାଓବାଦୀଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଗୁଳିଚାଳନା କରିବାକୁ ପଡିଥିଲା।