ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୱାଦ ବାତ୍ୟା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। କାଲି ମଧ୍ୟାହ୍ନ ବେଳକୁ ବାତ୍ୟା ପୁରୀ ଉପକୂଳରେ ପହଂଚିବ। ପୁରୀରେ ପହଂଚିବା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନର ବେଗ ୬୦/୭୦ କିମି ରହିପାରେ। ଏଥିସହିତ ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧାରେ ଅତି ପ୍ରବଳ ବର୍ଷା ହୋଇପାରେ। ପବନ ବେଗ କମିବା ଆକଳନ ଥିବାରୁ ଭିତ୍ତିଭୂମି କ୍ଷତି ହେବା ଆଶଙ୍କା ରହିଛି। ତେବେ ଧାନ ଓ ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। କାଲି ସଂଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ପବନ ବେଗ କମିବାର ଥିବାରୁ ସ୍ଥାନାନ୍ତରଣ କରାଯିବା ଦରକାର ହେବନି। ସେଥିପାଇଁ ମାତ୍ର ଦେଢ଼ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। ମାତ୍ର ଦେଢ଼ ଫୁଟ/୨ଫୁଟ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିପାରେ ବୋଲି ସୂଚନା ମିଳିଛି।