ଭୁବନେଶ୍ବର,ଏନ୍ଏନ୍ଏସ୍: ମାଡି ଆସୁଛି ବାତ୍ୟା ଜଓ୍ବାଦ। ଘଣ୍ଟା ପ୍ରତି ୪ କିମି ବେଗରେ ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି ଜଓ୍ବାଦ। ଧୀରେ ଧୀରେ ଶକ୍ତି ହରାଇବା ସହ ଗୋପାଳପୁର ଠାରୁ ୩୪୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ ପୁରୀ ଠାରୁ ୪୧୦ କିମି ଦୂରରେ ଏବଂ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା। ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧାରେ ବର୍ଷା ଲାଗି ରହିଛି।
ଆସନ୍ତାକାଲି ଏହା ପୁରୀ ପାଖାପାଖି ଗଭୀର ଅଵପାତର ରୂପ ନେବ। ଏହି ସମୟରେ ବର୍ଷାର ପ୍ରକୋପ ମଧ୍ୟ ଜାରି ରହିବ। ଧିରେ ଧିରେ ବାତ୍ୟା ଜଓ୍ବାଦ ଦୁର୍ବଳ ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।