ଚଣ୍ଡିଗଡ଼,ଏଜେନ୍ସି: ପଞ୍ଜାବର ଲୋକପ୍ରିୟ ଗାୟକ ସିଧୁ ମୁସେୱାଲା ଶୁକ୍ରବାର କଂଗ୍ରେସରେ ଯୋଗଦେଇଛନ୍ତି। ସିଧୁଙ୍କର ପ୍ରକୃତ ନାମ ଶୁଭଦୀପ ସିଂହ ସିଧୁ ହୋଇଥିବାବୋଳେ ସେ ହେଉଛନ୍ତି ମନ୍ସା ଜିଲ୍ଲା ଅନ୍ତର୍ଗତ ମୁସା ଗ୍ରାମର ବାସିନ୍ଦା। ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ଲୋକଙ୍କ ସେବା କରିବାକୁ ସେ ରାଜନୀତିକୁ ଲମ୍ଫପ୍ରଦାନ କରିଥିବା ସିଧୁ କହିଛନ୍ତି।
ସୂଚନାଯୋଗ୍ୟ ୨୦୨୦ ମେ’ରେ ସିଧୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବାବେଳେ ମଞ୍ଚ ଉପରେ ଫାଙ୍କା ଗୁଳିଚାଳନା କରିବାରୁ ୬ ପୁଲିସ ଓ ସିଧୁଙ୍କ ସମେତ ମୋଟ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।