ରାଜ୍ୟସଭାରେ ଡ୍ୟାମ୍ ସୁରକ୍ଷିତ ବିଲ୍ ପାରିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଡ୍ୟାମ୍ ସୁରକ୍ଷିତ ବିଲ୍ ପାରିତ ହୋଇଛି। ଦେଶର ସମସ୍ତ ଡ୍ୟାମର ନିରୀକ୍ଷଣ, ସର୍ବେକ୍ଷଣ, ଦେଖାଶୁଣା ଓ ସଞ୍ଚାଳନ କରିବା ହେଉଛି ଏହି ବିଲ୍ ଆଣିବା ପଛର ଉଦ୍ଦେଶ୍ୟ। ଦେଶର ୨୦୦ରୁ ଅଧିକ ଡ୍ୟାମ ୧୦୦ ବର୍ଷ ପୁରୁଣା ହୋଇଥିବାରୁ ଏହି ବିଲର ଆବଶ୍ୟକତା ଥିଲା। ଏହି ବିଲ୍ ଅନ୍ତର୍ଗତ ରାଷ୍ଟ୍ରୀୟ ବନ୍ଧ ସୁରକ୍ଷା ସମିତି ଓ ରାଷ୍ଟ୍ରୀୟ ବନ୍ଧ ସୁରକ୍ଷା ପ୍ରାଧୀକରଣ ପ୍ରସ୍ତୁତ କରିବା କଥା କୁହାଯାଇଛି। ଡ୍ୟାମ ସୁରକ୍ଷା ଉପରେ ରାଷ୍ଟ୍ରୀୟ ସମିତି ନିତି ପ୍ରସ୍ତୁତ କରିବ ଏବଂ ଡ୍ୟାମ ସୁରକ୍ଷା ସମ୍ବଧିତ ନିୟମକୁ ସୁପାରିଶ କରିବ ବୋଲି ସୂଚନା ମିଳିଛି।