Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବାତ୍ୟା ଜୱାଦ: ଗୁଲାବଠାରୁ ଅଧିକ, ଫନୀଠାରୁ କମ କ୍ଷମତାଶାଳୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବାତ୍ୟା ଜୱାଦ: ଗୁଲାବଠାରୁ ଅଧିକ, ଫନୀଠାରୁ କମ କ୍ଷମତାଶାଳୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମଙ୍ଗଳବାର ଦକ୍ଷିଣ ଥାଇଲ୍ୟାଣ୍ଡ ଅଞ୍ଚଳରେ ସୃଷ୍ଟ ଲଘୁଚାପ ସମୂଦ୍ର ଉପରେ ଅଧିକ ଘନିଭୂତ ହେଉଛି । ବୁଧବାର ଏହା କେନ୍ଦ୍ରୀୟ ଆଣ୍ଡାମାନ ଅଞ୍ଚଳରେ ବଳ ସାଉଣ୍ଟୁଥିବାବେଳେ ଗୁରୁବାର ସୁଦ୍ଧା ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାରେ ରୂପାନ୍ତରିତ ହେବା ପ୍ରକାଥମିକ ଆକଳନ କରାଯାଉଛି । ଏହା ପ୍ରଭାବରେ ଆସନ୍ତାକାଲିଠୁ ଓଡିଶାର ପାଗ ବଦଳିବ । ତେବେ ଏହି ବାତ୍ୟାର ପ୍ରଭାବ ଗୁଲାବଠାରୁ ଅଧିକ ରହିବ କିନ୍ତୁ ଫନୀଠାରୁ କମ ରହିବ ବୋଲି ଆକଳନ କରାଯାଉଛି । ଅଥାର୍ତ ବାତ୍ୟା ଉପକୂଳ ଛୁଇଁବା ବେଳକୁ ପାଖାପାଖି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି ।

ସାମ୍ଭାବ୍ୟ ବାତ୍ୟା ଆସନ୍ତାକାଲି ଅବପାତ ରୂପ ନେବା ପରେ ତାର ତୀବ୍ରତା, ଗତିପଥ ଓ ଲ୍ୟାଣ୍ଡଫଲ୍ କରିବା ସ୍ଥଳକୁ ରେଖାଙ୍କିତ କରାଯିବ । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସଙ୍କ ମତରେ ଏହା ଯେହେତୁ ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପେ ଉପକୂଳ ଛୁଇଁବ, ତେଣୁ ଏହାର ପ୍ରଭାବ ଓଡ଼ିଶା ଉପରେ ଅଧିକ ମାତ୍ରାରେ ଦେଖିବାକୁ ମିଳିପାରେ । ସବୁଠୁ ବଡ କଥା ହେଲା ବାତ୍ୟା ପ୍ରଭାବରେ ଆସନ୍ତା ୩ ତାରିଖରୁ ବର୍ଷା ଆରମ୍ଭ ହେବ । ଆଉ ୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହି ସମୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଦକ୍ଷିଣ ଓଡ଼ିଶା ଉପକୂଳରୁ ଜଗତସିଂହପୁର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବାବେଳେ ୫ ତାରିଖ ପରେ ଓଡ଼ିଶାରେ ବର୍ଷା ପରିମାଣ କମିବ ବୋଲି ସୂଚନା ଜାରି ହୋଇଛି ।

ପାଣିପାଗ କେନ୍ଦ୍ର ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୩ରେ ଉପରୋକ୍ତ ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଥିବାବେଳେ ୪ ତାରିଖରେ ଉକ୍ତ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଉକ୍ତ ୪ ଜିଲ୍ଳାର ସ୍ଥାନେ ସ୍ଥାନେ ୨୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇପାରେ । ଫଳରେ ଉକ୍ତ ୪ ଜିଲ୍ଲାର ସହରୀ ଅଞ୍ଚଳରେ ଜଳବନ୍ଦୀ ସମ୍ଭାବନା ଉପୁଜିପାରେ । ସେହିପରି ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ସହ ତଳିଆ ଅଞ୍ଚଳରେ ଅକସ୍ମାତ ବନ୍ୟା ନଜରକୁ ଆସିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ସେହି ୪ ତାରିଖରେ ଅନ୍ୟ ୭ ଜିଲ୍ଲାକୁ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସର୍ତକତା ଜାରି ହୋଇଛି । ଖାଲି ସେତିକି ନୁହେଁ ୪ ଜିଲ୍ଲା ମାଲକାନାଗିରି, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ମଧ୍ୟ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

୪ ତାରିଖ ପରି ୫ ତାରିଖ ଦିନ ମଧ୍ୟ ରାଜ୍ୟର ଅଧିକାଂଶ ଉପକୂଳ ଜିଲ୍ଲାର ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ନଜରକୁ ଆସିବ । ୫ ତାରିଖ ଦିନ ବିଶେଷ କରି ଉତ୍ତର ଉପକୂଳ ତଥା ତତ୍‌ସଲଂଗ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ରହିଥିବାବେଳେ ଉକ୍ତ ଦିନ ଆଉ ୭ ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, ନୟାଗଡ଼, ଖେଶର୍ଦ୍ଧା, ଅନୁଗୁଳ, ଢ଼େଙ୍କାନାଳ ଓ କେନ୍ଦୁଝର ରହିଛି । ୫ ତାରିଖ ପରେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରୁ କମିବା ସମ୍ଭାବନା ରହିଥିବାବେଳେ ୬ ତାରିଖ ଦିନ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନ ରହିଛି । ୭ରୁ ଆକାଶ ବଳୟମୁକ୍ତ ହେବା ସହ ପାଗ ମୁଖ୍ୟତଃ ଶୁଖିଲା ରହିବା ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହେବା ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏନେଇ ସମୀକ୍ଷା କରିଛନ୍ତି । ୱାର୍ଣ୍ଣିଂ ଥିବା ସମସ୍ତ ଜିଲ୍ଲାରେ ଅମଳର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ସମ୍ବେନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ ସେ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମହାପାତ୍ର ବୁଧବାର ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯାଜପୁର, ଢ଼େଙ୍କାନାଳ, ଗଜପତି, କଟକ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ୍‌, ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସେମାନଙ୍କ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି । ୩ ତାରିଖ ବେଳକୁ ବାତ୍ୟାର ଗତିପଥ ଜଣାପଡ଼ିବା ପରେ ତଳିଆ ଏବଂ କଚ୍ଚାଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ସମସ୍ତ ବହୁମୁଖ୍ୟ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ କରିବା, ଆଶ୍ରୟସ୍ଥଳ ପରିଚାଳନା ଟିମ୍‌କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବା, ଉପକୂଳବର୍ତ୍ତୀ ଜିଲ୍ଲାରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ଦଳକୁ ନିୟୋଜିତ କରିବା, ଶୁଖିଲା ଖାଦ୍ୟ ଏବଂ ରିଲିଫ୍ ପଦାର୍ଥର ଉପଲବ୍ଧି ବିଷୟରେ ସଜାଗ ରହିବା, ମାଇକ୍ ପ୍ରଚାର ମାଧ୍ୟମରେ ଲୋକଙ୍କୁ ଆଗୁଆ ସୂଚନା ଦେବା, ଆସନ୍ନ ପ୍ରସବା ମହିଳା ଏବଂ ନିଃସହାୟ ବୃଦ୍ଧ ବ୍ୟକ୍ତିଙ୍କୁ ଆଗୁଆ ନିରାପଦ ସ୍ଥାନକୁ ନେବା ଆଦି ନିମନ୍ତେ ସଠିକ୍ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସାମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ଭୀଷଣ ବର୍ଷାର ସମ୍ଭାବନା ଥିବାରୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ନାଳ ସବୁକୁ ସଫା କରିବା ସହ ସମ୍ବେଦନଶୀଳ ଖାଲୁଆ ସ୍ଥାନରେ ପାଣି ନିଷ୍କାସନ ପମ୍ପ୍ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଦିଆଯାଇଥିବା ପରାମର୍ଶ ଗୁଡ଼ିକୁ କୃଷକମାନଙ୍କ ନିମନ୍ତେ ବ୍ୟପକଭାବେ ମାଇକ୍ରେ ପ୍ରଚାର କରିବା ସହ ପାଚି ଯାଇଥିବା ଫସଲ ଏବଂ ପରିପକ୍ୱ ପନିପରିବା ଆଦିକୁ ଆଗୁଆ ଅମଳକରି ନିରାପଦ ସ୍ଥାନକୁ ଆଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏସ୍‌ଆର୍‌ସିଙ୍କ ଦ୍ୱାରା ଦିଆଯାଇଥିବା ୮ ସୁତ୍ରୀ ମନ୍ତ୍ର ସହ ବନ୍ୟା-ବାତ୍ୟା ପାଇଁ ନିର୍ଦ୍ଧାରିତ କାର୍ଯ୍ୟ ପଦ୍ଧତି (ଏସ୍‌ଓପି) ଅନୁସାରେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ତଥା ଏସ୍‌ଆର୍‌ସି ଶ୍ରୀ ଜେନା ୮ ସୁତ୍ରୀ ମନ୍ତ୍ର ବିଷୟରେ ସୂଚନା ଦେଇଥିଲେ । ସୂଚନାଥାଉ କି, ପୂର୍ବରୁ ମଧ୍ୟ ରାଜ୍ୟ ବହୁ ବିପର୍ଯ୍ୟୟର ମୁକାବିଲା କରିଛି । ଆସନ୍ତାକାଲି ଆଇଏମ୍‌ଡି ପକ୍ଷରୁ ବାତ୍ୟା ‘ଜୱାଦ’ ନେଇ ପୂର୍ଣ୍ଣ ଆକଳନ ପ୍ରକାଶ ପାଇବ । ତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରାଯାଉଥିବା ଜଣାପଡ଼ିଛି ।