Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୯,୮୩୩ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ, ଫୋକସ୍‌ରେ ଗାଁ ବିକାଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୯,୮୩୩ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ, ଫୋକସ୍‌ରେ ଗାଁ ବିକାଶ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଗାଁ ମୁହାଁ ହୋଇଛନ୍ତି। ସେଥିପାଇଁ ବିଧାନସଭାରେ ଉପସ୍ଥାପିତ ଅତିରିକ୍ତ ବଜେଟ୍‌ରେ ଗାଁ ବିକାଶକୁ ଅଧିକ ଫୋକସ୍ ଦିଆଯାଇଛି। ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯାଇଛି।

ବୁଧବାର ବିଧାନସଭାର ଦ୍ୱିତୀୟାର୍ଦ୍ଧ ବୈଠକରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ପ୍ରଶାସନିକ ବ୍ୟୟ ୪,୫୭୭ କୋଟି ଟଙ୍କା ଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୧୩,୫୬୮କୋଟି, ବିପର୍ଯ୍ୟୟ ପ୍ରଶମନ୍ ପାଣ୍ଠି ୧,୬୮୨ କୋଟି ଏବଂ ରାଜ୍ୟ ବଜେଟ୍‌ରୁ ସ୍ଥାନାନ୍ତର ଅର୍ଥ ୬ କୋଟି ରହିଛି।
ଅର୍ଥ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅତିରିକ୍ତ ବଜେଟ୍‌ର ପରିମାଣ ବଢିଛି। ଅତିରିକ୍ତ ବଜେଟ୍‌ରେ କୃଷି, ଶିକ୍ଷା, ମହିଳା ସଶକ୍ତୀକରଣ, ଜଳସେଚନ, ସ୍ୱାସ୍ଥ୍ୟ ଓ ଗ୍ରାମ୍ୟ ଭିତ୍ତିଭୂମି ପାଇଁ ଅଧିକ ଅର୍ଥ ବରାଦ ହୋଇଛି।

କୃଷକ, ଖାଦ୍ୟ ନିରାପତ୍ତା, ଜଳସେଚନ ପାଇଁ ୨୧୪୭ କୋଟି ପ୍ରଦାନ କରାଯାଇଛି। ସାମାଜିକ ସୁୁରକ୍ଷାକୁ ବି ଅନୁରୂପ ଗୁରୁତ୍ୱ ରହିଛି। ଏହି କ୍ଷେତ୍ର ପାଇଁ ୫୮୪.୯୨ କୋଟି ବ୍ୟୟ ବରାଦ ହୋଇଥିଲାବେଳେ ମଧୁବାବୁ ପେନସନ ଯୋଜନା ଅଧିନରେ ୨୧୫.୪୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମାଜର ଦୁର୍ବଳ ବର୍ଗଙ୍କ ମଙ୍ଗଳ ପାଇଁ ୩୬୫.୫୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଉନ୍ନତ ଶିକ୍ଷା ନିମନ୍ତେ ଗଣଶିକ୍ଷା ବିଭାଗ ପାଇଁ ୧୬୦୫ କୋଟି ଏବଂ ଉଚ୍ଚଶିକ୍ଷା ପାଇଁ ୧୯୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ତେବେ ସଳସେଚନ ପାଇଁ ୪୦୫ କୋଟି, ମହିଳା ଓ ଶଶିୁବିକାଶ ୨୫୩.୦୭ କୋଟି, ଶକ୍ତିବିଭାଗ ୨,୧୪୩, ଗ୍ରାମ୍ୟ ଉନ୍ନୟନ୍ ୫୭୭ କୋଟି, ସମବାୟ ବିଭାଗ ପାଇଁ ୫୫୩ କୋଟି, ଖାଦ୍ୟ ଯୋଗାଣ ବିଭାଗ ପାଇଁ ୧୧୪୧ କୋଟି, ମତ୍ସ୍ୟ ଓ ପଶୁସମ୍ପଦ ୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ମହିଳା ଓ ଶିଶୁଙ୍କ ସଶକ୍ତିକରଣ ପାଇଁ ୨୫୩ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ରେ ଅର୍ଥ ବରାଦ ହୋଇଛି।

ମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ପ୍ରତି ଅତିରିକ୍ତ ବଜେଟ୍‌ରେ ୨୩୧୦ କୋଟିର ଅର୍ଥ ବରାଦ କରାଯାଇଛି। ଏବେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଅନୁରୂପ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୯୮.୫୧ କୋଟି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୭୬.୨୬ କୋଟି ଏବଂ ଖୁସି ସାନିଟାରୀ ପାଇଁ ୨୫.୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କାଳିଆ ଯୋଜନାକୁ ଅନୁରୂପ ଗୁରୁତ୍ୱ ଦିଆଯାଇଛି । ପୂର୍ବପରି ସରକାର ଏହି କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥ ବରାଦ କରିଛନ୍ତି। ଏଥିପାଇଁ ଅତିରିକ୍ତ ୨୭.୮୫ କୋଟି ଅତିରିକ୍ତ ବଜେଟ୍‌ରେ ପ୍ରଦାନ କରାଯାଇଛି। କରୋନା ସହାୟତା ଓ ବିପିଏଲ୍ ପରିବାରକୁ ଚାଉଳ ଯୋଗାଣ ନିମନ୍ତେ ୧୧୦୫ କୋଟି, କୃଷକଙ୍କୁ ଋଣରେ ରିହାତି ପାଇଁ ୨୮୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଛି। ଏହାବାଦ୍ ସାମାଜିକ ନିରାପତ୍ତା ପାଇଁ ୫୮୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାସ୍ତା ଓ ସେତୁର ମରାମତି ଓ ରକ୍ଷାଣବେକ୍ଷଣ ପାଇଁ ୨୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାସହ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ୮.୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ଅତିରିକ୍ତ ୧୬୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କାରଣ ରାଜ୍ୟ ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଏହି ଅତିରିକ୍ତ ବଜେଟ୍‌ର ଆବଶ୍ୟକତା ରହିଛି।

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ ପାଇଁ ମୋଟ ୧୩୧୧ .୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଖାସକରି ମୋ ସ୍କୁଲ ଅଭିଯାନ ପାଇଁ ୮୮୭ କୋଟି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଅତିରିକ୍ତ ୬୪.୫୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଶକ୍ତି, ସୂଚନା ଓ ପ୍ରଯୁକ୍ତି, ଅନୁସନ୍ଧାନ ଓ ବିକାଶ କ୍ଷେତ୍ର ଗୁଡିକ ପାଇଁ ମୋଟ୍ ୨୫୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ୧୧୪.୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରୁଥିଲାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଜୋର୍‌ଦାର ହଟ୍ଟଗୋଳ କରିଥିଲେ । ତେବେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।