ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୪ ତାରିଖରେ ଆଉ ଏକ ବାତ୍ୟା ହେବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନରେ ଆଣ୍ଡାମାନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କ୍ରମେ ପଶ୍ଚିମ-ଉତ୍ତରରେ ଗତି କରି ୨ରେ ଡିପ୍ରେସନ ହେବ। ୩ରେ ସମୁଦ୍ର ଭିତରେ ବାତ୍ୟାର ରୂପ ନେବ। ଏଥିସହିତ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ବାତ୍ୟାର ରୂପ ନେବା ପରେ ଉପକୂଳ ମୁହାଁ ହେବ। ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଂଚିବ। ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୫ ତାରିଖରେ ମଧ୍ୟ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ ପୂର୍ବାନୁମାନ କରିଛନ୍ତି।