ଲୋକସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଧେୟକ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେସନର ପ୍ରଥମ ଦିନରେ ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଯାଇଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷି ଆଇନକୁ ଆଗତ କରିଥିଲେ। ଆଉ ଏହାକୁ ବିନା ଚର୍ଚ୍ଚାରେ ମଞ୍ଜୁରୀ ପ୍ରଦାନ କରାଯାଇଛି। କିନ୍ତୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହା ଉପରେ ଚର୍ଚ୍ଚା କରିବାକୁ ଦାବି କରିଥିଲେ।

ଲୋକସଭାରେ ପାରିତ ହୋଇସାରିଥିବାରୁ ଏବେ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଧେୟକକୁ ପାରିତ କରିବାକୁ ପଡ଼ିବ।

ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହେବା ପରେ ବିକେୟୁ ପ୍ରବକ୍ତା ରାକେଶ ଟିକେତ କହିଛନ୍ତି ଯେ, ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ୭୦୦ କୃଷକଙ୍କୁ ଏହାର ଶ୍ରେୟ ଯିବ। ଏମଏସପି ମଧ୍ୟ ଏକ ରୋଗ। ଏମଏସପିକୁ ନେଇ ଆଗାମୀ ଦିନରେ ଲଢ଼େଇ ଜାରି ରହିବ।