Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ସତର୍କତା ସହ ଚାଲିବ ବିଧାନସଭା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ସତର୍କତା ସହ ଚାଲିବ ବିଧାନସଭା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭାରେ ସମ୍ପୂର୍ଣ କୋଭିଡ୍ କଟକଣା ଓ ସତର୍କତା ଅବଲମ୍ବନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ବାଚସ୍ପତି ଡା. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମେ ସମସ୍ତ ବିଧାନସଭା ସଦସ୍ୟଙ୍କ ଉଭୟ ଆରଟିପିସିଆର୍ ଏବଂ ଆଣ୍ଟିବଡି ଟେଷ୍ଟ ବିଧାନସଭା ପରିସରରେ ନଭେମ୍ବର ୨୮,୨୯ ଏବଂ ୩୦ ତାରିଖ ପୂର୍ବାହ୍ନ ୮ଟା ୩୦ରୁ ଅପରାହ୍ନ ୧ଟା ୩୦ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଡାକ୍ତରୀ ଦଳ ଓ ମେଡିକାଲ ଷ୍ଟାଫଙ୍କ ଦ୍ୱାରା ହେବ। ଉପରୋକ୍ତ ସମୟରେ ସମସ୍ତ ପ୍ରାଧିକୃତ ଗଣମାଧ୍ୟମ ପ୍ରତିନିଧୀ, ସମସ୍ତ ବିଧାୟକଙ୍କ ଡ୍ରାଇଭର, ସୁରକ୍ଷାକର୍ମୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିରୋଧୀଦଳ ନେତା, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକଙ୍କ ସମସ୍ତ ଷ୍ଟାଫ ଓ ବିଧାନସଭା ସଚିବାଳୟର ସମସ୍ତ ଷ୍ଟାଫଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ପୁନଶ୍ଚ ବିଧାନସଭା ଅଧିବେଶନ ପରେ ସମ୍ପୃକ୍ତ ସମସ୍ତ ବିଧାୟକ ଏବଂ ଷ୍ଟାଫଙ୍କର ଆରଟିପିସିଆର ଟେଷ୍ଟ ହେବ। ବିଧାନସଭା ଅଧିବେଶନ ସମୟରେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କଲେ ତୁରନ୍ତ ଆଣ୍ଟିଜେନ୍ ଟେଷ୍ଟ କରାଯିବ।

ସେହିପରି ସମସ୍ତ ବିଧାୟକଙ୍କୁ ସିଗ୍ଧ ମାସ୍କ, ମାସ୍କ, ଗ୍ଲାଭସ୍ ଓ ସାନିଟାଇଜର ଅଧିବେଶନ ସମୟସୀମା ୨୬ ଦିନ ପାଇଁ ପ୍ରଦାନ କରାଯିବ । ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧୀଙ୍କୁ ମଧ୍ୟ ଏହି କୋଭିଡ୍ ପ୍ରତିରକ୍ଷାତ୍ମକ ସାମଗ୍ରୀ ପ୍ରଦାନ କରାଯିବ । ବିଧାନସଭା ସମ୍ପର୍କିତ କାର୍ଯ୍ୟରେ ଆସୁଥିବା ସମସ୍ତ ସରକାରୀ ପଦାଧିକାରୀ କୋଭିଡ୍ ନେଗେଟିଭ୍ ରିପୋର୍ଟ ଧରି ବିଧାନସଭାରେ ପ୍ରବେଶ କରିବେ। ବିନା କୋଭିଡ ନେଗେଟିଭ୍ ରିପୋର୍ଟରେ ବିଧାୟକଙ୍କ ସମେତ କାହାରିକୁ ବିଧାନସଭା ପରିସରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଡେଙ୍ଗୁ ମଶା ଦାଉରୁ ବିଧାନସଭାକୁ ମୁକ୍ତ ରଖିବା ପାଇଁ ସମ୍ପୂର୍ଣ୍ଣ ବିଧାନସଭା ପରିସରକୁ ସାନିଟାଇଜ୍ କରାଯିବ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକିଶୋର ଶର୍ମା, ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍ ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀଙ୍କ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।