ଟିଏମସିରେ ମିଶିଲେ ମେଘାଳୟ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସହ କଂଗ୍ରେସର ୧୧ ବିଧାୟକ

ସିଲଙ୍ଗ,ଏଜେନ୍ସି: ମେଘାଳୟ କଂଗ୍ରେସକୁ ବଡ ଝଟକା। ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସଂଗମାଙ୍କ ସମେତ ୧୧ ବିଧାୟକ ଟିଏମସିରେ ଯୋଗ ଦେଇଛନ୍ତି। ବୁଧବାର ଏମାନେ ଦଳ ଛାଡି ଟିଏମସିରେ ମିଶିଛନ୍ତି। ରାହୁଲ ଗାନ୍ଧୀ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସଂଗମା ଏବଂ ଦଳର ରାଜ୍ୟ ସଭାପତି ଭିନସେଣ୍ଟ ଏଚ ପାଲାଙ୍କୁ ଭେଟିବାର ଗୋଟିଏ ମାସ ପରେ କଂଗ୍ରେସ ନେତାମାନେ ଦଳ ଛାଡିଛନ୍ତି।

ପୂର୍ବତନ ମେଘାଳୟ ୟୁନିଟ୍ ମୁଖ୍ୟ ଭାବେ ନିଯୁକ୍ତି ପାଇବା ପରଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ବିଧାନସଭା ପାର୍ଟିର ନେତା ମୁକୁଲ ସଂଗମା ଏବଂ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଭିନସେଣ୍ଟ ଏଚ୍ ପାଲାଙ୍କ ସହ ବିଶେଷ କିଛି ଭଲ ହୋଇନଥିଲା। ସଂଗମା ଏହା ମଧ୍ୟ କହିଛନ୍ତି ଯେ, ପାଲାଙ୍କ ନିଯୁକ୍ତିକୁ ନେଇ ଦଳର ନେତୃତ୍ୱ ତାଙ୍କ ସହ ପରାମର୍ଶ କରିନାହାଁନ୍ତି।

ସଂଗମା କିଛିଦିନ ଧରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଯୋଗାଯୋଗରେ ଥିଲେ। ସେ ଟିଏମସିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କଂଗ୍ରେସର ମୋଟ ୧୭ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଟିଏମସିରେ ଯୋଗଦେବା ପରେ ଦଳକୁ ବଡ ଝଟକା ଲାଗିଛି। ଅନ୍ୟପଟେ ରାଜ୍ୟର ଉତ୍ତର ପୂର୍ବରେ ଟିଏମସିରେ ଶକ୍ତି ବୃଦ୍ଧି ହୋଇଛି।