ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ଅବସରରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ସନ୍ତୋଷ ବାବୁଙ୍କ ବ୍ୟତୀତ ଗଲୱାନ ଅପରେସନରେ ସହିଦ ହୋଇଥିବା ଯବାନ ନାୟବ ସୁବେଦାର ନୁଦୁରାମ ସୋରେନ, ହାବିଲଦାର କେ ପଲାନୀ, ନାୟକ ଦୀପକ ସିଂହ ଓ ସିପାହୀ ଗୁରତେଜ ସିଂହଙ୍କୁ ମରଣୋପରାନ୍ତ ବୀର ଚକ୍ରରେ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ,୨୦୨୦ ଜୁନ ୧୫-୧୬ରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ୨୦ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ। ଅନ୍ୟପଟେ ଭାରତୀୟ ସୈନିକ ମଧ୍ୟ ଅଦମ୍ୟ ସାହସ ଦେଖାଇ ଚୀନ ସୈନିକଙ୍କ କ୍ଷତି କରିଥିଲେ।