ଆତଙ୍କବାଦ ବିରୋଧରେ ଷ୍ଟେଟ ଇନଭେଷ୍ଟିଗେଟିଂ ଏଜେନ୍ସିର ଗଠନକୁ ମିଳିଲା ମଞ୍ଜୁରୀ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପ୍ରଦେଶ ସରକାର ଷ୍ଟେଟ ଇନଭେଷ୍ଟିଗେଟିଂ ଏଜେନ୍ସି ଗଠନ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିରେ କାମ କରିଥିବା କିମ୍ବା ଆତଙ୍କବାଦ ବିରୋଧୀ ଯାଞ୍ଚରେ ଦୀର୍ଘ ଦିନର ଅନୁଭବ ଥିବା ଜମ୍ମୁ-କଶ୍ମୀରର ପୁଲିସ ଅଧିକାରୀଙ୍କୁ ସାମିଲ କରାଯିବ ।

ସୂଚନାଯୋଗ୍ୟ, ଷ୍ଟେଟ ଇନଭେଷ୍ଟିଗେଟିଂ ଏଜେନ୍ସିର କୌଣସି ଅଧିକାରୀ ଆତଙ୍କବାଦ କାର୍ଯ୍ୟକଳାପ ସହ ଜଡ଼ିତ ଲୋକଙ୍କୁ ଗିରଫ କରିବା ସହ ମାମଲା ମଧ୍ୟ ଦାୟର କରିପାରିବେ । କିନ୍ତୁ ଏହି ଯାଞ୍ଚ ଏଜେନ୍ସିକୁ ନେଇ କିିଛି ଅନୁଭବୀ ବ୍ୟକ୍ତି ପ୍ରଶ୍ନ ଉଠାଇଛନ୍ତି ।