ଆସିଲା ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ରାଜ୍ୟର ସମସ୍ତ ଆସନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ମୋଟ୍ ୮୫୩ଟି ଜିଲ୍ଲାର ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କରାଯାଇଛି। ୨୦୭ଟି ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ଥିବା ବେଳେ ବାକି ୬୪୬ଟି ଆସନ ସଂରକ୍ଷିତ ରଖାଯାଇଛି।

ଏସସି ବର୍ଗଙ୍କ ପାଇଁ ୬୪ଟି ଆସନ ସଂରକ୍ଷିତ ରଖାଯାଇଥିବା ବେଳେ ଏସସି ମହିଳାଙ୍କ ପାଇଁ ୮୪ଟି ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରଖାଯାଇଛି। ସେହିଭଳି ଏସଟି ବର୍ଗଙ୍କ ପାଇଁ ୧୦୦ଟି ଆସନ ସଂରକ୍ଷିତ ରଖାଯାଇଥିବା ବେଳେ ଏସଟି ମହିଳାଙ୍କ ପାଇଁ ୧୧୮ଟି ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରଖାଯାଇଛି। ଅନ୍ୟପଟେ ପଛୁଆ ବର୍ଗଙ୍କ ପାଇଁ ୪୯ ଓ ପଛୁଆ ବର୍ଗ ମହିଳାଙ୍କ ପାଇଁ ୫୫ ଟି ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି।