ବରଗଡ଼ରେ BSKY କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବରଗଡ଼,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ର ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ(BSKY) କାର୍ଡ ବାଣ୍ଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ଫଳରେ ଜିଲ୍ଲାବାସୀଙ୍କୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟିଛନ୍ତି। ରୂପାନ୍ତରିତ ୭୧ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବରଗଡ଼ ମାଟିର ପୁଅ ଗଙ୍ଗାଧର ମେହେରଙ୍କୁ ସ୍ମରଣ କରିଛନ୍ତି।

ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ସମୟରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, କାର୍ଡ ଦ୍ୱାରା ୩ଲକ୍ଷ ୬୪ହଜାର ଲୋକ ସୁବିଧା ପାଇବେ। ଏଭଳି ସୁବିଧା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଏକ ମାଇଲଖୁଣ୍ଟ। ଚିକିତ୍ସା ପାଇଁ ଗୋଟିଏ ପରିବାରର ଟଙ୍କା ସବୁଠୁ ବଡ଼ ଚିନ୍ତାର ବିଷୟ। ଏହି ଚିନ୍ତାକୁ BSKY ସ୍ମାର୍ଟ ହେଲଥ କାର୍ଡ ଦୂର କରିବ। ସ୍ୱାସ୍ଥ୍ୟ ପାଇଁ ସରକାର ଖର୍ଚ୍ଚ କରୁଥିବାରୁ ନିଜ ଟଙ୍କାକୁ ସଞ୍ଚୟ କରନ୍ତୁ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଟଙ୍କା ପାଇଁ କୌଣସି ବ୍ୟକ୍ତି ଚିକିତ୍ସା ସୁବିଧାରୁ ବଂଚିତ ନ ହୁଅନ୍ତୁ। ସମସ୍ତେ ସୁସ୍ଥ ରହି ପରିବାର ଓ ସମାଜର ଉନ୍ନତିମୂଳକ କାମ କରନ୍ତୁ।