ରାଜ୍ୟରେ ୨୪୭ ନୂଆ କରୋନା ପଜିଟିଭ ଚିହ୍ନଟ, ୨ ମୃତ

ନୂଆଦିଲ୍ଲୀ: ରାଜ୍ୟରେ ଆଜି ଆଉ ୨୪୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧୦୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୫ହଜାର ୨୦୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୧୫, ଷ୍ଟେଟପୋଲରୁ ୨୬, କଟକରୁ ୨୨, ସମ୍ବଲପୁରରୁ ୧୩, ମୟୁରଭଞ୍ଜରୁ ୧୨, ଜଗତସିଂହପୁରରୁ ୯, ଯାଜପୁର ଓ ସୁନ୍ଦରଗଡ଼ରୁ ୮ ଲେଖାଏଁ, ଦେଓଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ଜଣ ଲେଖାଏଁ ରହିଛନ୍ତି। ସେହିପରି ଝାରସୁଗୁଡ଼ା ଓ କୋରାପୁଟରୁ ୩ ଲେଖାଏଁ, ବାଲେଶ୍ୱର, ପୁରୀ, ଗଜପତି, ଭଦ୍ରକ ଓ ଢ଼େଙ୍କାନାଳରୁ ୨ ଲେଖାଏଁ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ବରଗଡ଼ରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ଅନ୍ୟପଟେ କରୋନା ଯୋଗୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗଞ୍ଜାମରୁ ଜଣେ ୬୭ ବର୍ଷୀୟ ବୃଦ୍ଧ ଓ କୋରାପୁଟରୁ ଜଣେ ୧୫ ବର୍ଷୀୟା ଝିଅ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮,୩୭୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୫ହଜାର ୨୦୯ ହୋଇଥିବାବେଳେ ୧୦ଲକ୍ଷ ୩୩ହଜାର ୯୯୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୩୭୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୭୯୦ଜଣ ଚିକିତ୍ସିତ ହେଉଛନ୍ତି।