ମହାରାଷ୍ଟ୍ରରେ ବନ୍ୟା, ଜଳବନ୍ଦୀରେ ମହାରାଷ୍ଟ୍ର ବାସୀ

ମହାରାଷ୍ଟ୍ର,ଏନ୍ଏନ୍ଏସ୍: ମହାରାଷ୍ଟ୍ରରେ ଲଗାଣ ବର୍ଷା ହେବାରୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ୨୦ଜଣଙ୍କର ଜୀବନ ଯାଇଥିବାବେଳେ ହଜାର ହଜାର ଲୋକେ ପାଣି ଘେରରେ ରହିଛନ୍ତି। ଏ ନେଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ସେହିପରି ସମସ୍ତ ମହାରାଷ୍ଟ୍ରର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।

ଅନ୍ୟପଟେ ପାଣି ଜମି ରହିବା ଦ୍ବାରା ଗାଡ଼ିଗୁଡ଼ିକ ଭାସିବା ସହ ଘରର କାନ୍ଥ ଭାଙ୍ଗି ଭୁଶୁଡ଼ିଛି। ଏ ନେଇ ବନ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରେ ଏନଡିଆରଏଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ପାଣି ଘେରରେ ଫସିଥିବା ଲୋକଙ୍କୁ ଏହି ଟିମ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨୮ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ  ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନ୍ୟାରେ ଜୀବନ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।