ୱାଶିଂଟନ୍,ଏଜେନ୍ସି: ପବିତ୍ର ଦୀପାବଳି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦୀପ ଜାଳିଛନ୍ତି। ହ୍ବାଇଟ୍ ହାଉସ୍ ପରିସରରେ ଜୋ ବାଇଡେନ୍ ନିଜର ଧର୍ମପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ୍ଙ୍କ ସହିତ ଦୀପ ଜାଳିଛନ୍ତି। ବାଇଡେନ୍ ଦୀପ ଜାଳିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି।
ଜୋ ବାଇଡେନ୍ ଟୁଇଟ୍ କରି କହିଛନ୍ତି ଯେ, ଦୀପାବଳି ଅନ୍ଧାରରୁ ଆଲୋକ ଦେଖାଉଥିବା ପର୍ବ। ଜ୍ଞାନ ଓ ସଚ୍ଚୋଟତାର ପ୍ରତୀକ। ବିଭାଜନରୁ ଏକତା ଏବଂ ନିରାଶାରୁ ଆଶାକୁ ମନେ ପକାଇଦେଉଥିବା ଉତ୍ସବ। ବାଇଡେନ୍ ହିନ୍ଦୁ, ଶିଖ, ଜୈନ ଓ ବୌଦ୍ଧ ଧର୍ମାବଳମ୍ବୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।
Happy Diwali to everyone celebrating the Festival of Lights here in the United States and around the world. @SecondGentleman and I extend our warmest wishes for a holiday filled with light, love, and prosperity. pic.twitter.com/OAoEG3OyGd
— Vice President Kamala Harris (@VP) November 4, 2021
ସେହିପରି ଉପରାଷ୍ଟ୍ରପତି କମଲା ହ୍ୟାରିସ ମଧ୍ୟ ଦୀପାବଳି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କମଲା ହ୍ୟାରିସ କହିଛନ୍ତି ଯେ, କରୋନା ଭାଇରସ ଯୋଗୁଁ ଲୋକେ ନିଜର ଅତିପ୍ରୀୟଙ୍କୁ ହରାଇଛନ୍ତି। ତେଣୁ ଶୋକ ସନ୍ତପ ପରିବାର ସହିତ ଆମେ ଛିଡ଼ା ହେବାର ଅଛି। ଜଣେ ଅନ୍ୟର ହାତ ଧରି ଚାଲିବା ହେଉଛି ମଣିଷ ପଣିଆ।
Happy Diwali and Bandi Chhor Divas to everyone celebrating here in the UK and around the world!
#Diwali pic.twitter.com/iJATgyxQII— Boris Johnson (@BorisJohnson) November 4, 2021