ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ୩ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୮୮ ହିତାଧିକାରୀଙ୍କୁ ଘରର ଚାବି ହସ୍ତାନ୍ତର କରିବେ। ଏଥି ସହିତ ରାଷ୍ଟ୍ରପତି ଏକ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।
ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଗୁଜରାଟ ଶିକ୍ଷା ମନ୍ତ୍ରୀ ଜିତୁ ଭଘାନୀ ଗାନ୍ଧୀନଗରରେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ରାଷ୍ଟ୍ରପତି ଗୁରୁବାର ଅପରାହ୍ନ ସମୟରେ ଅହମ୍ମଦାବାଦ ବିମାନବନ୍ଦରରେ ଅବତରଣ କରିବେ। ସନ୍ଧ୍ୟାରେ ଗାନ୍ଧୀନଗର ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଜରାଟ ହାଇକୋର୍ଟ ଜଜଙ୍କୁ ଭେଟିବେ। ଅକ୍ଟୋବର ୨୯ ତାରିଖରେ ରାଷ୍ଟ୍ରପତି ଭାବାନଗର ସିଟି ପହଞ୍ଚିବେ। ସେଠାରୁ ସେ ମୋରାଇ ବାପୁଙ୍କ ଜନ୍ମଗ୍ରାମ ତାଲଗଜରାଦା ଗାଁକୁ ଯିବେ। ଅକ୍ଟୋବର ୩୦ ତାରିଖରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିବେ।