ସାଗର ଧନଖଡ଼ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ରେସଲର ସାଗର ଧନଖଡ଼ଙ୍କ ହୋଇଥିବା ହତ୍ୟା ମାମଲାରେ ଦିଲ୍ଲୀର ଏକ ଅଦାଲତ ଅଲମ୍ପିକ ବିଜେତା ସୁଶୀଲ କୁମାରଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି। ଅନ୍ୟ କିଛି ସାଥୀଙ୍କ ସହ ମିଶି ସୁଶୀଲ ପୂର୍ବ ଜୁନିୟର ଜାତୀୟ ଚାମ୍ପିୟନ ସାଗର ଓ ତାଙ୍କର କିଛି ବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ପରେ ସାଗରଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଗତ ଜୁନ୍ ୨ ତାରିଖରୁ ସୁଶୀଲ ଜେଲରେ ଥିବାବେଳେ ତାଙ୍କୁ ବିନା ଦୋଷରେ ଫସା ଯାଉଥିବା କହିଛନ୍ତି। ଆଉ ତାଙ୍କ ଛବିକୁ ଖରାପ କରିବା ଏହା ପଛର ଉଦ୍ଦେଶ୍ୟ ବୋଲି ସୁଶୀଲ ସ୍ପଷ୍ଟ କରିଛନ୍ତି।