ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ ସ୍ୟୁକୁରୋ ମାନାବେ, କ୍ଲାଉସ ହେସେଲମେନ, ଜର୍ଜିୟୋ ପାରିସିଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି। ଜଳବାୟୁ ଓ ଜଟିଳ ଭୌତିକ ପ୍ରଣାଳୀକୁ ଅନୁନ୍ଧାନ କରିଥିବାରୁ ୩ ବୈଜ୍ଞାନିକଙ୍କୁ ଦି ରୟାଲ ସ୍ୱିିଡିଶ ଏକାଡେମୀ ଅଫ୍ ସାଇନ୍ସ ତରଫରୁ ପୁରସ୍କୃତ କରାଯାଇଛି। ଆବିଷ୍କାରକୁ ସମ୍ମାନ କରିବା ହେଉଛି ଏହି ପୁରସ୍କାର ପଛର ଉଦ୍ଦେଶ୍ୟ।