ପୁରୀ,ଏନ୍ଏନ୍ଏସ୍: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ବିଧାନସଭାର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଘୋଷଣାସ୍ୱରୂପ, ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୩ ତାରିଖରେ ଫଳାଫଳ ଘୋଷଣା ହେବ। କରୋନା କାରଣରୁ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା। ପିପିଲି ସହିତ ପଶ୍ଚିମବଙ୍ଗର ସମସେରଗଞ୍ଜ ଓ ଜଙ୍ଗୀପୁର ପାଇଁ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଉପନିର୍ବାଚନ କରାଇବା ଲାଗି ଲଗାତାର ଭାବେ ନିର୍ବାଚନ ଆୟୋଗଠାରେ ଦାବି କରୁଥିଲା। ମମତା ବାନାର୍ଜୀ ଶାସନ ଗାଦିରେ ରହିବା ପାଇଁ ନିର୍ବାଚନ ଜିତିବା ନିହାତି ଜରୁରୀ।