ଦିଲ୍ଲୀ ବିଧାନସଭା ଭିତରେ ରହିଛି ରହସ୍ୟମୟ ଟନେଲ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ବିଧାନସଭା ଭିତରେ ରହିଛି ଏକ ରହସ୍ୟମୟ ଟନେଲ। ତେବେ ଏହି ଟନେଲଟି ବିଧାନସଭାକୁ ଲାଲକିଲ୍ଲା ସହିତ ଯେଡୁଥିବା ବାଚସ୍ପତି ରାମ ନିବାସ ଗୋଏଲ କହିଛନ୍ତି। ଏହି ଟନେଲ ବ୍ରିଟିଶ୍ ଅମଳରୁ ରହିଛି। ଏହି ଟନେଲକୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ବ୍ରିଟିଶ୍ ମାନେ ନେବା ପାଇଁ ବ୍ୟବହାର କରୁଥିଲେ। ଯାହା ଦ୍ୱାରା ସେମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁନଥିଲା।

ଶ୍ରୀ ଗୋଏଲ କହିଛନ୍ତି କି ଆମକୁ ଟନେଲରୁ ମୁହଁ ମିଳିଯାଇଛି, କିନ୍ତୁ ଆମେ ଏହାର ଆଗକୁ ଖେଳୁନାହୁଁ। କାରଣ ଟନେଲର ରାସ୍ତାରେ ଦିଲ୍ଲୀ ମେଟ୍ରୋ ପ୍ରୋଜେକ୍ଟ ଓ ସ୍ୱିୱେଜ ପଡି ଏହା କ୍ଷତିଗ୍ରସ୍ତ ହୋଇଯାଇଛି। ଦିଲ୍ଲୀ ବିଧାନସଭା ପୂର୍ବରୁ କେନ୍ଦ୍ରୀୟ ବିଧାନସଭା ଥିଲା। ସେହିପରି ଏହି ବିଧାନସଭାରେ ଫାଶି ଦିଆଯାଉଥିବା ରୁମ୍ ମଧ୍ୟ ଅଛି, ହେଲେ ଏହାକୁ କେବେ ଖୋଲାଯାଇନାହିଁ। ବର୍ତ୍ତମାନ ସ୍ୱାଧୀନତାକୁ ୭୫ ବର୍ଷ ହୋଇଯାଇଛି ଏବଂ ଗୋଏଲ ଏହି ରୁମକୁ ନିରିକ୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି କି ଆମେ ଏହି ରୁମକୁ ସ୍ୱାଧୀନତା ସଂଗ୍ରାମୀଙ୍କ ମନ୍ଦିର ପ୍ରସ୍ତୁତ କରିବାକୁ ଚାହୁଁଛୁ।

ଏଥିସହ କହିଛନ୍ତି କି ଦିଲ୍ଲୀ ବିଧାନସଭା ଐତିହ୍ୟକୁ ନଜରରେ ରଖି ଏହି ରୁମକୁ ଆସନ୍ତା ବର୍ଷ ଅଗଷ୍ଟ ୧୫ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଚାହୁଁଛି। ଏବଂ ଏନେଇ କାମ ଆରମ୍ଭ ହୋଇଯାଇଛି।