ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ଦଳର ନେତୃତ୍ୱରେ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶ ବ୍ୟାପୀ ପ୍ରଦର୍ଶନ କରିବେ। ସେପ୍ଟେମ୍ବର ୨୦ ତାରିଖରେ କଂଗ୍ରେସ ସମେତ ୧୯ ବିରୋଧୀ ଦଳ ଏହି ପ୍ରଦର୍ଶନରେ ସାମିଲ ହେବେ ବୋଲି କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଏହି ପ୍ରଦର୍ଶନ କରାଯିବ। ଏହି ବିରୋଧ ପ୍ରଦର୍ଶନ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିସହ ଏହି ପ୍ରଦର୍ଶନ ମାଧ୍ୟମରେ ୧୧ଟି ଦାବି ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ବିଶେଷ କରି ସୁପ୍ରିମକୋର୍ଟ ଅଧୀନରେ ପେଗାସସ ମାମଲାର ନ୍ୟାୟିକ ତଦନ୍ତ, କୃଷି ଆଇନକୁ ରଦ୍ଦ କରିବା, ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଓ ପେଟ୍ରୋଲ-ଡିଜେଲର ଦର ହ୍ରାସ ପାଇଁ ଦାବି କରିବେ ବୋଲି ଜଣାପଡ଼ିଛି।